ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଯୋଗାଣ ଅଧିକାରୀଙ୍କୁ ଚେତାବନୀ, କାର୍ଯ୍ୟରେ ଅବହେଳା କଲେ ହେବ ଆକ୍ସନ୍

Published By : Prameya | January 13, 2025 12:38 PM

ଭୁବନେଶ୍ଵର, ୧୩/୧୧ : ଯୋଗାଣ ଅଧିକାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ। ଦାୟିତ୍ଵରେ ଅବହେଳା କଲେ କିମ୍ଵା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ନିକଟରେ ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି। ଆଗକୁ ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ ସେଠାରେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। 

ସେହିପରି ଧାନ କିଣାକୁ ନେଇ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସରକାର ଏବେ ସୁଦ୍ଧା ୨୬ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ୍ ଧାନ କିଣିଲେଣି। ୪ ଲକ୍ଷ ୯୯ ହଜାର ୭୭୮ ଜଣ ଚାଷୀ ଧାନର ମୂଲ୍ୟ ପାଇଲେଣି। ଏଯାବତ୍ ଚାଷୀଙ୍କୁ ୧୯୦୪ କୋଟି ଟଙ୍କାର ଇନପୁଟ ସବସିଡି ସହ ମୋଟ ୭୩୭୯ କୋଟି ଟଙ୍କା ସରକାର ଦେଇସାରିଲେଣି। ମଣ୍ଡିରେ ପ୍ୟାଡ଼ି ଆନାଲାଇଜର ମେସିନ ଯଥେଷ୍ଟ ନଥିବା କଥା ଯୋଗାଣ ମନ୍ତ୍ରୀ ମାନିଛନ୍ତି। ସେ କହିଛନ୍ତ ଯେ, ଏବେ ଆନାଲାଇଜର ମେସିନ କମ୍ ଅଛି, ଆମେ ଆଗକୁ ଅଧିକ ଆଣିବୁ।

ଅଧିକ ପଢନ୍ତୁ- ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିବା ଏମ୍‌ଆଇଙ୍କୁ ପଡିଲା ମହଙ୍ଗା, ଅଲିଭା ଦାଶଙ୍କୁ ନିଲମ୍ବିତ କଲେ ଯୋଗାଣ ମନ୍ତ୍ରୀ

https://prameya.com/mi-aliva-dash-suspende-by-supply-minister

ପ୍ରକାଶ ଥାଉକି, ରବିବାର ପାରାଦ୍ଵୀପ ପୌରାଞ୍ଚଳର ଯୋଗାଣ  ନିରୀକ୍ଷକ(ଏମ୍‌ଆଇ) ଅଲିଭା ଦାଶ ଶୁକ୍ରବାର ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିଥିଲେ। ଏନେଇ ଯୋଗାଣ ମନ୍ତ୍ରୀ ବିରକ୍ତି ଓ ଉଦ୍‌ବେଗ ପ୍ରକାଶ କରିଥିଲେ। ପୂର୍ବରୁ ତାଙ୍କ ନାଁରେ ଅନ୍ୟାନ୍ୟ ଅଭିଯୋଗ ମଧ୍ୟ ରହିଥିଲା। ଏତାଦୃଶ ଆଚରଣ ତଥା କାର୍ଯ୍ୟରେ ଅବହେଳା ନିମନ୍ତେ ଏମ୍‌ଆଇ ଶ୍ରୀମତୀ ଦାଶଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। 




  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.